
ନରସିଂହପୁର ସେବା ମହୋତ୍ସବ (NSM) ତରଫରୁ ପ୍ରତେକ ଦିନ କିଛି ନା କିଛି ସ୍ୱାସ୍ଥ ସେବା ବିଭିନ୍ନ ଜାଗାରେ ଚାଲୁ ରହିଥାଏ ଏହା ବ୍ୟତୀତ ବର୍ଷକୁ ଥରେ ଓଡିଶାର ନାମିଦାମୀ ଡାକ୍ତର ଖାନା ଓ ସେମାନଙ୍କ ଟିମ ସହ ଏକ ମାଗଣା ସ୍ୱାସ୍ଥସେବା ଶିବିର କରି ପାଖାପାଖି ୫,୦୦୦ ରୁ ଅଧିକ ଲୋକଙ୍କ ଚିକିତ୍ସା କରିବା ସହ ଦାରିଦ୍ରର ସୀମାରେଖା ତଳେ ଥିବା ଲୋକମାନଙ୍କୁ ସଂଗଠନ ନିଜସ୍ୱ ଖର୍ଚ୍ଚ ରେ ସରକାରୀ ତଥା ବେସରକାରୀ ଡାକ୍ତର ଖାନାକୁ ପଠାଇ ଚିକିତ୍ସା କରାଯାଇଥାଏ । ତାସହ ବିଭିନ୍ନ ଗ୍ରାମରେ ବିଭିନ୍ନ ବିଭାଗର ଡାକ୍ତର ମାନଙ୍କୁ ନେଇ କ୍ୟାମ୍ପ କରି ରୋଗନିରୂପଣ କରି ତାର ପ୍ରତିକାର କରାଯାଇଥାଏ ଓ ବର୍ଷରେ ଦୁଇ ଥର ରକ୍ତଦାନ ଶିବିର କରି ସଂଗୃହିତ ରକ୍ତ ସମାଜର ମଙ୍ଗଳ ପାଇଁ ପ୍ରେରିତ କରାଯାଇଥାଏ |

