ସବୁଜ ଓଡିଶା ସବୁଜ ନରସିଂହପୁର
କଟକ ଜିଲ୍ଲା ନରସିଂହପୁର ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ତରଫରୁ ବିଭିନ୍ନ ଜାଗାରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ସବୁଜ ନରସିଂହପୁର ଉଦ୍ୟଶରେ ବୃକ୍ଷ ରୋପଣ କରିବା ଅବସରରେ ଆଜି କାନପୁର ରେ ଡାକ୍ତର ଜିତା ମିତ୍ରା ଶେଠୀ ଙ୍କୁ ନେଇ ଡାକ୍ତରଖାନା ପରିସର ତଥା ଅନ୍ୟ କିଛି ଜାଗାରେ ବିଭିନ୍ନ ଔସଧୀୟ ବୃକ୍ଷ ରୋପଣ କରାଯିବା ସହ ତାର ରକ୍ଷଣା ବେକ୍ଷଣ ପାଇଁ ଆଲୋଚନା କରାଗଲା | ଏହି ମହତ କାର୍ଯ୍ୟରେ ଯୋଗଦାନ କରିଥିବା ଡାକ୍ତର ବନ୍ଧୁ ଓ ଅନ୍ୟ ସମସ୍ତ ଅଧିକାରୀଙ୍କୁ ସଂଗଠନ ତରଫରୁ ଧନ୍ୟବାଦ ଅର୍ପଣ କରାଗଲା ……
