ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବସ ୨୦୨୫,,,
ଖୁବ ଧୂମ ଧାମରେ ସରିଲା ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବଶ | ଅତିଥିଭାବେ ଯୋଗଦାନ କରିଥିଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ (ପ୍ରତିଷ୍ଟାତା ହାଇଟେକ ମେଡିକାଲ ଓ କଲେଜ ) ସୌମ୍ଯାରଞ୍ଜନ ପଟ୍ଟନାୟକ ( ସମ୍ପାଦକ ସମ୍ବାଦ ଗୃପ )ଶ୍ରୀଯୁକ୍ତ ବିଜୟ କୁମାର ଦଳବେହେରା (ବିଧାୟକ ବଡମ୍ବା ନରସିଂହପୁର ) ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ( ପ୍ରତୀଷ୍ଟାତା ନରସିଂହପୁର ସେବା ମହୋତ୍ସବ ) ଶ୍ରୀଯୁକ୍ତ ସେସଦେବ ସ୍ଵାଇଁ (ବାରିଷ୍ଟ ସମାଜସେବୀ ) ଶ୍ରୀଯୁକ୍ତ ନିହାଲ ସିଂହ ( ବାରିଷ୍ଟ ସମାଜସେବୀ ) ଏହି ଅବସରରେ ସେବା ମହୋତ୍ସବ ର ଏକ ମୁଖପତ୍ର ପ୍ରତିଦାନ ର ଉର୍ଣ୍ଣଚନ ହୋଇଥିଲା ଓ ଏହା ସହ 420 ଜଣ ଦାରିଦ୍ରର ସୀମାରେଖା ତଳେ ଥିବା ବ୍ୟକ୍ତି ତଥା ନିରୀହ ,ଅସହାୟ , ଦିବ୍ୟଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ( ଧୋତି , ଗାମୁଛା , ମହିଳା ଲୁଗା , ଚପଲ , କମଳ , ପାଣି ବୋତଲ , ମହାପ୍ରସାଦ , ନିର୍ମାଲ୍ୟ ,) ଆଦି ବଣ୍ଟନ କରାଯାଇଥିଲା | ଏହା ସହ ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ ଜନସାଧାରଙ୍କୁ ସେବା ଯୋଗାଇ ଦେବା ଆଶାରେ ନରସିଂହପୁର ସେବା ମହୋତ୍ସବ କୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ | ଓ ହାଇଟେକ ମେଡିକାଲ ଟିମ ସାହାଯ୍ୟରେ 3500 ରୁ ଅଧିକ ଲୋକମାନଙ୍କ ସ୍ଵାଥ୍ୟା ପରୀକ୍ଷା କରାଯାଇ ମାଗଣା ଔସଧ ବଣ୍ଟନ କରାଯାଇଥିଲା |

