ନରସିଂହପୁରରେ ସେବା ଦିବସ ୨୦୨୫
ନରସିଂହପୁର ସେବା ମହୋତ୍ସବ ଦୀର୍ଘ ୧୧ ବର୍ଷ ଧରି ଆମ ଅଞ୍ଚଳ ସହିତ ଅନେକାଂଶ ରେ ସେବା ଯୋଗାଇ ଆସୁଛି । ସମସ୍ତ ବର୍ଗ ର ଲୋକ ଏହି ସେବା ପାଇ ଆସୁଛନ୍ତି । ଏଥିରେ ବିଭିନ୍ନ ସମୟ ରେ ନିମ୍ନ ତଥ୍ୟ ଅନୁଯାୟୀ ସେବା ଯୋଗାଇ ଆସୁଛି ।
୧- ଗରିବ ଅସହାୟ ପିଲାଙ୍କୁ ପାଠ ପଢ଼ାଇବା ସାହାର୍ଯ୍ୟ କରିବା
୨- ଗରିବ ଅସହାୟ ନିଷ୍ପେସିତ ଲୋକଙ୍କୁ ସହାୟତା କରିବା
୩- ଅଗ୍ନି ରେ ଭସ୍ମୀଭୂତ ପରିବାର ସାହାର୍ଯ୍ୟ କରିବା
୪- ଛୋଟ ପିଲା ମାନଙ୍କୁ ପାଠ୍ୟ ଉପକରଣ ଯୋଗାଇବା
୫- ଅସହାୟ ଲୋକଙ୍କୁ ଚିକିତ୍ସା ଯୋଗାଇବା
୬- ବିଭିନ୍ନ ସମୟ ରେ ଗରିବ ଲୋକଙ୍କୁ ବସ୍ତ୍ର ଯୋଗାଇବା ଯଥା ଲୁଗା , କମ୍ବଳ , ଚପଲ , ବିଭିନ୍ନ ସାମଗ୍ରୀ ଯୋଗାଇବା ।
୭ – ମାଗଣା ସ୍ବାସ୍ଥ୍ୟ ଶିବିର ମାଧ୍ୟମ ରେ ରୋଗୀ ସେବା କାର୍ଯ୍ୟ କରିବା
୮ – ରକ୍ତ ଦାନ ଶିବିର କରାଯାଉଛି
୯ – ବିଭିନ୍ନ ସମୟ ରେ ସ୍ଥାନୀୟ କଳାକାର ଙ୍କୁ ପ୍ରତିଭା ସମ୍ବର୍ଦ୍ଧନା ଦିଆଯାଉଛି ।
୧୦-ପ୍ରତେକ ଗୁରୁବାର ଦିନ ନରସିଂହପୁର. ର ବିଭିନ୍ନ ଡାକ୍ତର ଖାନା ରେ ଫଳ ବଣ୍ଟନ..
୧୧-ସବୁଜ ନରସିଂହପୁର ବନାଇବା ସ୍ୱପ୍ନରେ ବିଭିନ୍ନ ଜାଗାରେ ବୃକ୍ଷ ରୋପଣ..
ଉପୋରିସ୍ଥ ସମସ୍ତ କାର୍ଯ୍ୟ ବାଦେ ଆହୁରି ଅନେକ କାର୍ଯ୍ୟ ରେ ଆମ ଅନୁଷ୍ଠାନ ସେବା ଯୋଗାଇ ଆସୁଛି ।ଏହା ବ୍ୟତୀତ ପ୍ରତେକ ବର୍ଷ ଏହାର ବାର୍ଷିକ ଦିବସ ଅବସରରେ 400ରୁ ଉର୍ଦ୍ଧ ଅସହାୟ ବ୍ୟକ୍ତି ଙ୍କୁ ବିଭିନ୍ନ ସାହାୟତା ଯୋଗାଈ ଦେବାଶହ କିଛି ଭିନ୍ନ କ୍ଷମ ବ୍ୟକ୍ତିଙ୍କୁ ସାଇକେଲ ଯୋଗାଇଦିଆଯିବ ଓ 3000 ରୁ ଅଧିକ ଲୋକଙ୍କୁ ଫ୍ରୀ ମେଡିକାଲ ସେବା ଯୋଗାଇବା ସହ ଭୋଜନ ବ୍ୟବସ୍ଥା କରାଯିବ ଏଣୁ ଏହି ମହାନ କାର୍ଯ୍ୟରେ ନଭେମ୍ବର ୧୬ ରିଖ ରବିବାର ଦିନ ନରସିଂହପୁର ସ୍ଥିତ କ୍ଳବ ପଡିଆ ଠାରେ ଉପସ୍ଥିତ ରହିବା ପାଇଁ ନିବେଦନ କରୁଛି |
