ସେବା ପାଇଁ ସେବା ସଂଗଠନ ନରସିଂହପୁର ସେବା ମହୋସ୍ତବ

ଅଗ୍ରଣୀ ସେବା ସଂଗଠନ ନରସିଂହପୁର ସେବା ମହୋସ୍ତବ ତରଫରୁ ନରସିଂହପୁର ସ୍ଥିତ ଦଳିତ ବସ୍ତିକୁ ଯାଇ ସନ୍ଧ୍ୟା ରାଣୀଙ୍କ ଘରେ ପହଞ୍ଚି ଦୁଖରେ ସହଭାଗିତା ପାଇଁ ପ୍ରତିଶ୍ରୁତି ଦେବା ପରେ ପରବର୍ତ୍ତୀ କାର୍ଯ୍ୟ ଗ୍ରହଣ କରାଯାଇଛି | ପ୍ରାରମ୍ଭିକ ଭାବେ ତାର ପ୍ରତିପୋଷଣ ପାଇଁ ଏକ ଚା ଦୋକାନ ପାଇଁ ସମସ୍ତ ଉପକରଣ ସହ କିଛି ଅର୍ଥ ରାଶି ନିଜେ ନରସିଂହପୁର ସେବା ମହୋସ୍ତବ ଓ ଯୁବ ସମାଜସେବୀ ପ୍ରଭୂଦତ୍ତ ଧଳ ଙ୍କ ମିଳିତ ଉଦ୍ୟମରେ ଯୋଗାଇ ଦିଆଯାଇଛି |ଯାହା ଫଳରେ ସେ ନିଜେ ଦୁଇପଇଶା ରୋଜଗାର କରିପାରିବ | ସୂଚନା ସନ୍ଧ୍ୟା ନାଏକ ନିଜେ ଜଣେ ଦିବ୍ୟଙ୍ଗ କିଛି ଦିନ ତଳେ ବାପା ଓ ପରେ ମା ଚାଲିଯାଇଛନ୍ତି ଆରପାରିକୁ ସେତିକିରେ ସରିନି ଦୁଖ ନିଜର ଏକ ଭଉଣୀ ସେ ବି ରୋଗାକ୍ରାନ୍ତ ହୋଇ ଆରପାରିରେ ତେଣୁ ଦୁଇ ପୁତୁରା ସନ୍ଧ୍ୟା ଙ୍କ କାନ୍ଧରେ ବନ୍ଧା ନିଜର ଘର ଖଣ୍ଡେ ନାହି କି ଦୁଇ ଗୋଡ ଖରାପ ପାଇଁ ସେ ଚାଲିପାରୁଛି |