ମହାମାରୀ କିଡିନ ରୋଗର ନିରାକରଣ ପାଇଁ ପ୍ରୟାଶ ….
କଟକ ଜିଲ୍ଲା ନରସିଂହପୁର ବ୍ଲକରେ ଦୀର୍ଘବର୍ଷ ଧରି ଜୀବନ ନେଉଥିବା ଘାତକ ମହାମାରୀ କିଡିନି ରୋଗର ନିରାକରଣ ପାଇଁ ସରକାରୀ ସ୍ତରରେ ସେପରିକିଛି ପଦକ୍ଷେପ ନିଆଯାଇନଥିଲା ବେଳେ ସାମାଜିକ ସେବା ସଂଗଠନ ନରସିଂହପୁର ସେବା ମହୋତ୍ସବ ତରଫରୁ ବିଭିନ୍ନ ସମୟରେ ପ୍ରୟାସ ଜାରି ରହିଛି | ଏହି ଅବସରରେ ହାଇଟେକ ଡାକ୍ତର ଖାନାର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ ଙ୍କ ସହ ଯୋଗାଯୋଗ କରିବା ସହ ଅନୁରୋଧ ରଖିବା ପରେ ଏହାର ନିରାକରଣ ପାଇଁ ଦୁଇ ଜଣିଆ ବୈଜ୍ଞାନିକ ଦଳ ନରସିଂହପୁର ରେ ପହଞ୍ଛିଛନ୍ତି ତାଙ୍କୁ ସ୍ଵାଗତ କରିବା ପାଇଁ ନରସିଂହପୁର ର ସର୍ବ ପୁରାତନ କଳିଙ୍ଗ ସ୍ଵାଛାସେବି ସାଙ୍ଗ ର ସଭାପତି ଓ ନରସିଂହପୁର ବ୍ଲକ ପୂର୍ବତ୍ତନ ସେନା ଅଧିକାରୀ ଙ୍କ ସଭାପତି ଓ ନରସିଂହପୁର ସେବା ମହୋତ୍ସବ ର ପଦାଧିକାରୀ ଉପସ୍ଥିତ ଅଛନ୍ତି |
