ମହାମାରୀ କୀଡୀନ ରୋଗ ନିରାକରଣ ପାଇଁ ନରସିଂହପୁର ସେବା ମହୋତ୍ସବ ର ପ୍ରୟାସ.॥
ନରସିଂହପୁର ଅଞ୍ଚଳରେ ମହାମାରି ସାଜିଥିବା କୀଡୀନି ରୋଗ ପାଇଁ ସାରା ଅଞ୍ଚଳ ରେ ଭୟର ବାତ୍ତାବରଣ ସୃଷ୍ଟି | ଏହା ନିରାକରଣ ପାଇଁ ସେପରି କିଛି ପ୍ରତିକାର କାହାମାଧ୍ୟମରେ ଅଦ୍ୟାବଧି କରାଯାଇ ନାହିଁ | ଏହି ଅବସରରେ ଏହାକୁ ଗୁରୁତରଭାବେ ନେବା ସହ ଏହାର ପ୍ରତିକାର ପାଇଁ ନରସିଂହପୁର ସେବା ମହୋତ୍ସବ ସଦାସର୍ବଦା ଚେଷ୍ଟିତ | ଏହି ଅବସରରେ ଆଜି ସଂଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତଥାଗତ ବିଶ୍ୱାଳ, ସମ୍ପାଦକ.. ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ସାହୁ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ରାଉତ ହାଇଟେକ ମେଡିକାଲ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହି ଙ୍କ ସହ ଏକ ସଫଳ ଆଲୋଚନା କରାଯାଇଛି ଓ ପରେ ହାଇଟେକ ର ସମସ୍ତ ଅଧିକାରୀଙ୍କ ସହ ନରସିଂହପୁର ସେବା ମହୋତ୍ସବ ର ଅଧିକାରୀ ମିଶି ଫଟୋ ଉତ୍ତଳନ କରିଛନ୍ତି ….

