ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବସ ୨୦୨୫,,,

ଖୁବ ଧୂମ ଧାମରେ ସରିଲା ନରସିଂହପୁର ସେବା ମହୋତ୍ସବ ର ସପ୍ତମ ବାର୍ଷିକ ସେବା ଦିବଶ   | ଅତିଥିଭାବେ ଯୋଗଦାନ କରିଥିଲେ  ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ     ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ  (ପ୍ରତିଷ୍ଟାତା  ହାଇଟେକ ମେଡିକାଲ  ଓ କଲେଜ  ) ସୌମ୍ଯାରଞ୍ଜନ ପଟ୍ଟନାୟକ ( ସମ୍ପାଦକ ସମ୍ବାଦ ଗୃପ )ଶ୍ରୀଯୁକ୍ତ  ବିଜୟ କୁମାର ଦଳବେହେରା  (ବିଧାୟକ ବଡମ୍ବା  ନରସିଂହପୁର  ) ଶ୍ରୀଯୁକ୍ତ   ତଥାଗତ ବିଶ୍ଵାଳ   ( ପ୍ରତୀଷ୍ଟାତା  ନରସିଂହପୁର ସେବା ମହୋତ୍ସବ ) ଶ୍ରୀଯୁକ୍ତ  ସେସଦେବ ସ୍ଵାଇଁ  (ବାରିଷ୍ଟ ସମାଜସେବୀ  ) ଶ୍ରୀଯୁକ୍ତ ନିହାଲ ସିଂହ  ( ବାରିଷ୍ଟ ସମାଜସେବୀ )  ଏହି ଅବସରରେ  ସେବା ମହୋତ୍ସବ  ର ଏକ ମୁଖପତ୍ର ପ୍ରତିଦାନ  ର ଉର୍ଣ୍ଣଚନ  ହୋଇଥିଲା  ଓ ଏହା ସହ 420 ଜଣ ଦାରିଦ୍ରର ସୀମାରେଖା ତଳେ ଥିବା ବ୍ୟକ୍ତି ତଥା  ନିରୀହ ,ଅସହାୟ , ଦିବ୍ୟଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ( ଧୋତି , ଗାମୁଛା , ମହିଳା ଲୁଗା , ଚପଲ , କମଳ , ପାଣି ବୋତଲ , ମହାପ୍ରସାଦ , ନିର୍ମାଲ୍ୟ ,) ଆଦି ବଣ୍ଟନ କରାଯାଇଥିଲା  | ଏହା ସହ ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ  ଜନସାଧାରଙ୍କୁ ସେବା ଯୋଗାଇ ଦେବା ଆଶାରେ  ନରସିଂହପୁର ସେବା ମହୋତ୍ସବ କୁ ଏକ ଆମ୍ବୁଲାନ୍ସ  ପ୍ରଦାନ କରିଥିଲେ   | ଓ ହାଇଟେକ ମେଡିକାଲ ଟିମ ସାହାଯ୍ୟରେ 3500 ରୁ ଅଧିକ ଲୋକମାନଙ୍କ  ସ୍ଵାଥ୍ୟା ପରୀକ୍ଷା କରାଯାଇ  ମାଗଣା ଔସଧ  ବଣ୍ଟନ କରାଯାଇଥିଲା   |