ନରସିଂହପୁର ସେବା ମହୋତ୍ସବ ରେ ଆମ୍ବୁଲାନ୍ସ ଯୋଗ ….
କଟକ ଜିଲ୍ଲା ନରସିଂହପୁର ରେ ଥିବା ଅଗ୍ରଣୀ ସେବା ସଂଗଠନ ର ଦୀର୍ଘ 11 ବର୍ଷ ର ନିରନ୍ତର ସେବା ରେ ବିଭିନ୍ନ ମହଲରୁ ଶୁଭେସ୍ଛା ର ସୁଅ ଛୁଟିଥିଲା ବେଳେ ପୁଣି ଏକ ନୂଆ ଫର୍ଦ ଯୋଡି ହୋଇଯାଛି | ଚଳିତ ବର୍ଷ ଆଓଜିତ ବାର୍ଷିକ ସେବା ଦିବସରେ ଅତିଥି ଭାବେ ଯୋଗଦାନ କରି ଓଡିଶାର ଆଗଧାଡିର ସମାଜ ସେବି ତଥା ହାଇଟେକ ମେଡିକାଲ ଓ କଲେଜ ର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହା ଲୋକମାନଙ୍କ ସେବା ନିମନ୍ତେ ନରସିଂହପୁର ସେବା ମହୋତ୍ସବ କୁ ଏକ ଆମ୍ବୁଲାନ୍ସ ଦାନ କରିଛନ୍ତି ଯାହା ସେବା ମହୋତ୍ସବ ର ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ଗ୍ରହଣ କରିବା ସହ ଏପରି କାର୍ଯ୍ୟ କୁ ଭୁରିଭୁରି ପ୍ରାଶନସା କରିଛନ୍ତି | ତେବେ ଏହା ଖୁବ ଶୀଘ୍ର ନରସିଂହପୁର ଅଞ୍ଚଳ ତଥା ପାଖାପାଖି ଅଞ୍ଚଳରେ ଜନସାଧାରଙ୍କ ସେବାରେ ନିଓଜିତ ହେବ ବୋଲି ନରସିଂହପୁର ସେବା ମହୋତ୍ସବ ର ପ୍ରତୀଷ୍ଟାତା ଦୃଢକ୍ତି ପ୍ରକାଶ କରିଛନ୍ତି | ତା ସହ ହାଇଟେକ ଦ୍ରୁପ ପ୍ରତୀଷ୍ଟାତା ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀଙ୍କୁ ନରସିଂହପୁର ସେବା ମହୋତ୍ସବ ର ପ୍ରତୀଷ୍ଟାତା ଓ ସେବା ପରିବାର ତରଫରୁ ଧନ୍ୟବାଦ ଜ୍ଞାମ୍ପନ କରାଯାଇଛି |

